Shrimad Balmikiya Ramayan: Sundarakand: Sundarkand

ମୋ ବାପା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ମହର୍ଷୀ ବାଲ୍ମୀକିଙ୍କର ପ୍ରଣୀତ ସାତଖଣ୍ଡ ରାମାୟଣକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । କେବଳ ବାଳକାଣ୍ଡକୁ ୧୯୮୮ ମସିହାରେ ପ୍ରକାଶ କରିଥିଲେ ।

ବହୁ କାରଣ ସକାଶେ ଏ ପର୍ଯ୍ୟନ୍ତ ଅନ୍ୟ ୬ କାଣ୍ଡ ପ୍ରକାଶ ହୋଇପାରିନାହିଁ । ଇତିମଧ୍ୟରେ ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଯାଇଛି । ବାପା ଲେଖିଥିବା ସୁନ୍ଦରକାଣ୍ଡ ପାଣ୍ଡୁଲିପି ଏହି ବର୍ଷ ରାମ ନବମୀ ତିଥିରେ ବ୍ଲାକ ଈଗଲ ବୁକ୍ସ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ଯାଉଅଛି ।

ମୋର ମନେପଡ଼େ ବାପା ସପରିବାର ତାଙ୍କର ଗ୍ରାମ ଦାଧିମାଛଗାଡ଼ିଆକୁ ଖରାଛୁଟିରେ ରାମଲୀଳା ଦେଖିବାକୁ ଓଡ଼ିଶାର ବିଭିନ୍ନ ଯାଗାରୁ ଆସୁଥିଲେ । ବାପା ସତ୍ୟମାର୍ଗରେ ଏକ ରାମ ରାଜ୍ୟରେ ପ୍ରଜାମାନେ ଜୀବନଯାପନ କରିବା ବିଶ୍ୱାସ କରୁଥିଲେ । ତାଙ୍କ ଜୀବନ କାଳରେ ସେ ଶ୍ରୀରାମଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଶ୍ରୀରାମଙ୍କ ସାମ୍ରାଜ୍ୟ ସମଗ୍ର ଭାରତୀୟ ଉପଦ୍ୱୀପରେ ବିସ୍ତାର କରିଥିଲା । ସେ ରାମ ଶାସନ କରିଥିବା ଯାଗାଗୁଡ଼ିକର ଏକ ହାତଟଣା ନମୁନା ମାନଚିତ୍ର ତିଆର କରି ଏକ ସଠିକ ମାନଚିତ୍ର ପାଇଁ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଳକାଣ୍ଡର ଅଗ୍ରଭାଗରେ ସେ ନିଜ ବିଷୟରେ, ସତ୍ୟ ଆଉ ରାମଭକ୍ତି ଉପରେ ପ୍ରାଞ୍ଜଳ ଭାବେ ନିଜର ମତ ପ୍ରକାଶ କରିଛନ୍ତି । ତାହାକୁ ଏଠାରେ ତଦ୍]ରୂପ ଉଦ୍ଧୃତ କରିବାକୁ ଉଚିତ ମନେକଲି ।

ଆଶାକରେ ଓଡ଼ିଆ ପାଠକବୃନ୍ଦ ସୁନ୍ଦରକାଣ୍ଡ ପୁସ୍ତକକୁ ସାଦରେ ଗ୍ରହଣ କରିବେ । ମୋ ମାତୃଭାଷା ଓଡ଼ିଆ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ କେତେକ ତ୍ରୁଟି ପୁସ୍ତକରେ ରହିଯାଇ ଥାଇପାରେ । ସେଗୁଡ଼ିକୁ ପାଠକେ ପ୍ରକାଶକକୁ ଅବଗତ କରିବା ପାଇଁ ଅନୁରୋଧ କରୁଅଛି ।

- ଦେବନାରାୟଣ ପଟ୍ଟନାୟକ

1145426456

20.0 In Stock

Paperback

$20.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

ମୋ ବାପା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ମହର୍ଷୀ ବାଲ୍ମୀକିଙ୍କର ପ୍ରଣୀତ ସାତଖଣ୍ଡ ରାମାୟଣକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । କେବଳ ବାଳକାଣ୍ଡକୁ ୧୯୮୮ ମସିହାରେ ପ୍ରକାଶ କରିଥିଲେ ।

ବହୁ କାରଣ ସକାଶେ ଏ ପର୍ଯ୍ୟନ୍ତ ଅନ୍ୟ ୬ କାଣ୍ଡ ପ୍ରକାଶ ହୋଇପାରିନାହିଁ । ଇତିମଧ୍ୟରେ ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଯାଇଛି । ବାପା ଲେଖିଥିବା ସୁନ୍ଦରକାଣ୍ଡ ପାଣ୍ଡୁଲିପି ଏହି ବର୍ଷ ରାମ ନବମୀ ତିଥିରେ ବ୍ଲାକ ଈଗଲ ବୁକ୍ସ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ଯାଉଅଛି ।

ମୋର ମନେପଡ଼େ ବାପା ସପରିବାର ତାଙ୍କର ଗ୍ରାମ ଦାଧିମାଛଗାଡ଼ିଆକୁ ଖରାଛୁଟିରେ ରାମଲୀଳା ଦେଖିବାକୁ ଓଡ଼ିଶାର ବିଭିନ୍ନ ଯାଗାରୁ ଆସୁଥିଲେ । ବାପା ସତ୍ୟମାର୍ଗରେ ଏକ ରାମ ରାଜ୍ୟରେ ପ୍ରଜାମାନେ ଜୀବନଯାପନ କରିବା ବିଶ୍ୱାସ କରୁଥିଲେ । ତାଙ୍କ ଜୀବନ କାଳରେ ସେ ଶ୍ରୀରାମଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଶ୍ରୀରାମଙ୍କ ସାମ୍ରାଜ୍ୟ ସମଗ୍ର ଭାରତୀୟ ଉପଦ୍ୱୀପରେ ବିସ୍ତାର କରିଥିଲା । ସେ ରାମ ଶାସନ କରିଥିବା ଯାଗାଗୁଡ଼ିକର ଏକ ହାତଟଣା ନମୁନା ମାନଚିତ୍ର ତିଆର କରି ଏକ ସଠିକ ମାନଚିତ୍ର ପାଇଁ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଳକାଣ୍ଡର ଅଗ୍ରଭାଗରେ ସେ ନିଜ ବିଷୟରେ, ସତ୍ୟ ଆଉ ରାମଭକ୍ତି ଉପରେ ପ୍ରାଞ୍ଜଳ ଭାବେ ନିଜର ମତ ପ୍ରକାଶ କରିଛନ୍ତି । ତାହାକୁ ଏଠାରେ ତଦ୍]ରୂପ ଉଦ୍ଧୃତ କରିବାକୁ ଉଚିତ ମନେକଲି ।

ଆଶାକରେ ଓଡ଼ିଆ ପାଠକବୃନ୍ଦ ସୁନ୍ଦରକାଣ୍ଡ ପୁସ୍ତକକୁ ସାଦରେ ଗ୍ରହଣ କରିବେ । ମୋ ମାତୃଭାଷା ଓଡ଼ିଆ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ କେତେକ ତ୍ରୁଟି ପୁସ୍ତକରେ ରହିଯାଇ ଥାଇପାରେ । ସେଗୁଡ଼ିକୁ ପାଠକେ ପ୍ରକାଶକକୁ ଅବଗତ କରିବା ପାଇଁ ଅନୁରୋଧ କରୁଅଛି ।

- ଦେବନାରାୟଣ ପଟ୍ଟନାୟକ

Product Details

ISBN-13: 9781645603917
Publisher: Black Eagle Books
Publication date: 04/17/2024
Pages: 326
Product dimensions: 5.50(w) x 8.50(h) x 0.73(d)
Language: Oriya

About the Author

ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓଡ଼ିଶାର ଦଧିମାଛଗାଡ଼ିଆ ଗ୍ରାମରେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଖୋର୍ଦ୍ଧା ଇଂରାଜୀ ମାଧ୍ୟମ ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା କଲେଜରୁ ଇଂରାଜୀରେ ଅନର୍ସ ଏବଂ ପାଟନା ୟୁନିଭର୍ସିଟିରୁ ସ୍ନାତକୋତ୍ତର ଏବଂ ଲ' ଓ ଡିଇଡି ଡିଗ୍ରୀମାନ ହାସଲ କରିଥିଲେ । ତା'ପରେ ସେ ୧୯୩୫ ମସିହାରୁ କାମ ଆରମ୍ଭ କରି ଓଡ଼ିଶାର ବହୁ ସ୍କୁଲ କଲେଜ (ବିକ୍ରମ ଦେବ, ଫକୀର ମୋହନ, ବକ୍ସି ଜଗବନ୍ଧୁ ସାନ୍ଧ୍ୟ ଏବଂ ସାଲେପୁର)ରେ ଇଂରାଜୀରେ ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟକ୍ଷ ହିସାବରେ କାର୍ଯ୍ୟରତ ଥିଲେ । କଲେଜ କାମରୁ ଅବସର ନେଇ ସେ ନିଜର ଭୁବନେଶ୍ୱର ବାସଭବନରେ ରହି ବହୁ ବର୍ଷ ଓକିଲାତି କରିଥିଲେ । ସେ ୧୯୭୮ ମସିହାରୁ ବାଲ୍ମିକୀୟ ରାମାୟଣକୁ ଓଡ଼ିଆରେ ପଦ୍ୟ ଅନୁବାଦ କରିବା ଆରମ୍ଭ କରିଥିଲେ । ପୂରା ସାତକାଣ୍ଡର ପାଣ୍ଡୁଲିପି ସମାପ୍ତ କଲା ପରେ ୧୯୮୮ ମସିହାରେ ବାଳକାଣ୍ଡକୁ ପ୍ରକାଶ କରିଥିଲେ । ସେ ସରଳ ଜୀବନ ଓ ଉଚ୍ଚ ମନରେ ବିଶ୍ୱାସ ରଖି ଅଶି ବର୍ଷରୁ ବେଶି ଏ ଦୁନିଆରେ ବିତାଇଥିଲେ । ତାଙ୍କର ପାରଦର୍ଶିତା ଭାରତରେ ରାମ ରାଜ୍ୟ ପ୍ରତିଷ୍ଠାର ଆହ୍ୱାନ ଓ ନିଜ ହାତଟଣା ମାନଚିତ୍ରରୁ ଜଣାପଡ଼େ ।
From the B&N Reads Blog

Customer Reviews